କର୍ମବୀର ଆମେ ନୁହେଁ ରେ କର୍ମଠ,
ଜାତି ର ଉନ୍ନତି ନିମନ୍ତେ ଚିନ୍ତୁ ଅବିରତ।
ସେ ଚିନ୍ତନ କୁ କରି କର୍ମ ରେ ପ୍ରକାଶ,
ଜଗତ କଲ୍ୟାଣ କରିବା ତ୍ୟାଗୀ ଭୋଗ ଅଭିଲାଶ।
ଏ ଧର୍ମମର୍ଗେ ଆସୁ ଯେତେ ବାଧା,
ନହୋଇବ ଆମ ବିରତ୍ୱ ର ଅଧା।
ହରାଇପାରୁ ଆମେ ନିଜ ପ୍ରିୟଜନ,
ହେଲେ ସାକାର କରିବା ଜାତି ର ସପନ।
ତ୍ୟାଗ କରିବାକୁ ହେବ ସ୍ୱାର୍ଥ ଓ ପ୍ରେପ୍ସା,
ଏକ ମାତୃର ସନ୍ତାନ ଆମେ, ସର୍ବ ବିକଶିତ କର ମିମାଂସା।
ସବଳ ଶରୀରକୁ ହେଲେ ସୁଦୃଢ଼ ମନ,
ସର୍ବେ କରିବେ ନିଜର ଦାୟିତ୍ୱ ସାଧନ।
ବାଧା ବିଘ୍ନ ସତ୍ତ୍ୱେ ନହବା ବିଚଳିତ,
କର୍ମ କରିଯିବା କରି ଧର୍ଯ୍ୟ ବିକଶିତ।
ଦେବ ସନ୍ତାନ ଆମେ ସର୍ବ କାର୍ଯ୍ୟେ ସକ୍ଷମ,
ଅକ୍ଲାନ୍ତ ଶ୍ରମ କରିବା ନହୋଇ ମାନସିକ ଭିନ୍ନକ୍ଷମ।
ଭାଗ୍ୟ ର ଭବିଷ୍ୟତ ଜାଣନ୍ତି ବିଧାତା,
କିନ୍ତୁ ବର୍ତ୍ତମାନକାଳେ ଆମେ ହାର୍ତ୍ତାକାର୍ତ୍ତା।
ଭାଗ୍ୟରେ ଥିଲେ ଆମର ଶହଶ୍ର ବିଫଳ,
ନିରାଶ ନହୋଇ କର୍ମ କଲେ ପାଇବା ନିଶ୍ଚୟ ସଫଳ।
ଆମର କର୍ତ୍ତବ୍ୟ (our Duty )
Satyaprajna Das
(C) All Rights Reserved. Poem Submitted on 05/26/2020
Poet's note: This poem explains our duty in our life.
(1)
Poem topics: , Print This Poem , Rhyme Scheme
Write your comment about ଆମର କର୍ତ୍ତବ୍ୟ (our Duty ) poem by Satyaprajna Das
Lax san: Great work
Best Poems of Satyaprajna Das